କେନ୍ଦ୍ରାପଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧ ଙ୍କୁ ସଂଘବଦ୍ଧ ଆକ୍ରମଣ। ଗାଁ ଦାଣ୍ଡରେ ଅତି ଅମାନୁଷିକ ଭାବେ ଜଣେ ବୃଦ୍ଧଙ୍କୁ ପିଟିଦେଇଗଲେ। ଭିଡିଓ ହେଲା ଭାଇରାଲ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣପଙ୍ଗରା ଗାଁରୁ ଆସିଛି ଏଭଳି ହିଂସାତ୍ମକ ଖବର। ଏହି ଗାଁ ର ଅକ୍ଷୟ ପଣ୍ଡା ଶନିବାର ସକାଳେ ଔଷଧ ଦୋକାନରୁ ଘରକୁ ଆସୁଥିବା ସମୟରେ କିଛି ଲୋକେ ନିଗମାନନ୍ଦ ଆଶ୍ରମ ପାଖରେ ହଟାତ ସଂଘବଦ୍ଧ ଭାବେ ଲୁହ କୋଦାଳ, ଶାବଳ ବେଣ୍ଟରେ ଆକ୍ରମଣ କରିଥିଲେ। ୫୦ ସେକେଣ୍ଡର ଏକ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଙ୍ଘବଦ୍ଧ ହୋଇ ଏମିତି କାଣ୍ଡ ଭିଆଇଥିବା ଜଣାପଡିଛି। ଅଚେତ ଅବସ୍ଥାରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି