ଏବେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି ରୋଗ । ରାଜ୍ୟରେ କୀଟଙ୍କୁ ନେଇ ଏବେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଡେଙ୍ଗୁ ଓ ତାପରେ ସ୍କ୍ରବ ଟାଇଫସ ଆଉ ଏବେ ଘରେ ଘରେ ବ୍ୟାପୁଛି ଭାଇରାଲ ଫିଭର ।
ସୂଚନା ଅନୁସାରେ , ଗତ ୨ -୩ ମାସ ଧରି ମଶାକୁ ନେଇ ଲୋକମାନେ ଡେଙ୍ଗୁ ଜ୍ଵରରେ ପୀଡ଼ିତ ଥିଲେ । ଆଉ ଏବେ ସ୍କ୍ରବ ଟାଇଫସ ସମସ୍ତଙ୍କୁ ଡ଼ରାଇବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସ୍କ୍ରବ ଟାଇଫସ ଆକ୍ରାନ୍ତ । 'ଚିଗର୍ସ ' କୀଟ ଦ୍ୟୁରା ଏହା ବ୍ୟାପିଥାଏ ବୋଲି ଜଣାପଡିଛି । ଆଜି ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଦଳ ଆସି ଏ ସମ୍ପର୍କରେ କିଛି ଆଲୋଚନା କରିବ ବୋଲି ସୂଚନା ମିଳିଥିଲା । ପୂର୍ବରୁ ମଧ୍ୟ ଏହି ରୋଗରେ ଅନେକ ଲୋକ ପୀଡ଼ିତ ଥିଲେ । କିନ୍ତୁ ଚଳିତ ବର୍ଷ ଏହି ରୋଗ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହେଉଛନ୍ତି । ଆଉ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତ ଙ୍କ ସଂଖ୍ୟା କମିବାର ନାଁ ହିଁ ନେଉନି । ସେହିଭଳି ଖୋର୍ଦ୍ଧାରେ ମଧ୍ୟ ପରିସ୍ଥିତି ସମାନ । ଆଉ ଏବେ ଘରେ ଘରେ ବ୍ୟାପୁଛି ଭାଇରଲ ଫିଭର ।
ବିଶେଷଜ୍ଞମାନଙ୍କ କହିବା କଥା ଜଳବାୟୁ ପରିବର୍ତ୍ତନ କାରଣରୁ ଏଭଳି ସମସ୍ୟା ଦେଖାଦେଉଛି । କିନ୍ତୁ ଏହି ସବୁ ରୋଗରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ଅଣଦେଖା କରିବାରେ ଲାଗିଛି ।
ଆଗକୁ ପଢନ୍ତୁ :- ଏବେ ଚିନ୍ତାର ବିଷୟ ପାଲଟିଛି ଅଠରନଳାର ସଂରକ୍ଷଣ