ଏବେ ଚିନ୍ତାର ବିଷୟ ପାଲଟିଛି ଅଠରନଳାର ସଂରକ୍ଷଣ । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରେ ଅଠରନଳା ହେଉଛି ଦ୍ଵିତୀୟ ଏଏସ୍ଆଇ ସଂରକ୍ଷିତ ଐତିହ୍ୟ । ଅର୍ଥାତ ଏହି କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ନା କୌଣସି ଜ୍ଞାନ କୌଶଳ କାମ ଦେଉଛି, ନା ଏହାର କୌଣସି ସ୍ଥାୟୀ ସମାଧାନ ପାଇଁ କିଛି ବ୍ୟବସ୍ଥା ହେଉଛି ।
ଏଣେ ଯେଉଁ ଆଳଙ୍କାରିକ ଗନ୍ଥ ଅଠରନଳାର ଚାରିପଟେ ଲଗାଯାଇଥିଲା ବର୍ତ୍ତମାନ ତାକୁ ଗାଈ ଖାଇକି ପଡ଼ିଆ କରିସାରିଲାଣି । ଗଛରେ ଡାଙ୍ଗ ଅଛି ସିନା କିନ୍ତୁ ପତ୍ର ସଵୁ ଚଳୁ ହୋଇଗଲାଣି । ୫ କୋଟି ଟଙ୍କା ବ୍ୟୟରେ ଯେଉଁ ଉନ୍ନତୀକରଣ ହୋଇଥିଲା, ତା କେବଳ ଖୁଣ୍ଟା ଦୃଶ୍ୟମାନ ହେଉଛି । ଦୀର୍ଘ ସତର ବର୍ଷ ହେଲା ନିରନ୍ତର ଭାବେ ଅଠରନଳାର ଉନ୍ନତୀକରଣ ଓ ପୁନରୁଦ୍ଧାର ପାଇଁ ବଜେଟ ଆସୁଛି । ଆଉ ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ଏହି ଐତିହ୍ୟର ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ରାସ୍ତାକୁ ଚଉଡ଼ା କରି ପର୍ଯ୍ୟଟକଙ୍କୁ ସ୍ଵାଗତ କରିବା ପାଇଁ ବହୁତ କିଛି ପ୍ରୟାସ କରାଯାଉଛି । କିନ୍ତୁ ସେ ସବୁ ଫେଲ ମାରିଯାଉଛି । ଅଠରନଳା ଚତୁଃପାର୍ଶ୍ବକୁ ସୌନ୍ଦର୍ଯ୍ୟକରଣ କରାଗଲା । ଏହା ସଂଲଗ୍ନ ସୀମିତ ପରିବେଶକୁ ଏକ ନୂତନ ପାର୍କର ରୂପ ଦିଆଗଲା । କିନ୍ତୁ ସ୍ଵରେଜ ପାଣି ଏହା ମଧ୍ୟକୁ ମୁହାଁଇ ଦେବାରୁ ଦୁର୍ଗନ୍ଧରେ ସାରା ପାର୍କ ଫାଟିପଡିଲା । ଯେଉଁଥିପାଇଁ ପର୍ଯ୍ୟଟକ ମାନେ ଧୀରେ ଧୀରେ ମୁହଁ ଫେରାଇବାକୁ ଆରମ୍ଭ କଲେ । ଅଠରନଳାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗରୁଡ଼ଙ୍କଠାରୁ ନବକଳେବର ରାସ୍ତାରେ ଯାଇଥିବା ନଦୀ ପାର୍ଶ୍ଵରେ ଚାଲିବା ପାଇଁ ଅବଢ଼ା ଯୋଜନାରେ ଟ୍ରାକ୍ ପ୍ରସ୍ତୁତ କରାଗଲା । ଆଉ ବସାଉଠା ପାଇଁ ବୈଠକୀର ବନ୍ଦୋବସ୍ତ ହୋଇଛି ।
ମାତ୍ର ଅନେକ ଏହାକୁ ମଦଶାଳାରେ ପରିଣତ କରିଦେଲେଣି । ସନ୍ଧ୍ୟା ହେଲେ ଅଠରନଳା ୱାକିଂ ଟ୍ରାକ୍ ଖୋଲା ବାର୍ ପାଲଟିଯାଉଛି । ତେଣୁ ମଦ ବୋତଲ ଓ ପ୍ଲାଷ୍ଟିକ୍ ଗ୍ଲାସ୍ର ବର୍ଜ୍ୟରେ ଏକ ଗଦା ସୃଷ୍ଟି ହେଲାଣି । କିନ୍ତୁ ଐତିହ୍ୟ ସ୍ମାରକୀର ଏ ବିକଳ ଚିତ୍ର ଦେଖି କୌଣସି ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସୁନାହାନ୍ତି ।
ଆଗକୁ ପଢନ୍ତୁ :- ଆଜି ବିଧାନସଭା ଗୃହ ୪ଟା ଯାଏଁ ମୁଲତବି ରହିବ