ଭୁବନେଶ୍ୱର: ଆଜି ବସିବ ବିଜୁ ଜନତା ଦଳର ଶୃଙ୍ଖଳା କମିଟି ବୈଠକ । ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହେବ । ଏଥିରେ କମିଟିର ୭ ସଦସ୍ୟ ଉପସ୍ଥିତ ରହିବେ।
ବିଜେଡ଼ି ସବୁ କିଛି ଠିକ୍ ଚାଲି ନ ଥିବା ସ୍ପଷ୍ଟ ହୋଇସାରିଛି । ବହୁ ପୁରୁଖା ନେତା ଦଳର ବିଚାରଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖୋଲା ଖୋଲି ଗଣମାଧ୍ୟମ ଆଗରେ ଦଳର ନୀତି ନିୟମ ଉପରେ ମନ୍ତବ୍ୟ ରଖୁଛନ୍ତି । ତେଣୁ ଦଳୀୟ ନେତାଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାକୁ ପଡ଼ିପାରେ ଶୃଙ୍ଖଳା ଛାଟ ।
ନିକଟରେ ଦଳ ବିରୋଧରେ କହିଲେ ବୋଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ନେତା ଦଳ ଛାଡ଼ିବା ସହିତ କିଛି ଜଣଙ୍କୁ ବହିଷ୍କାର ମଧ୍ୟ କରାଯାଇଛି ।