କୋରାପୁଟ: ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲା ଜୟପୁରରେ ଉଦ୍ଧାର ହୋଇଛି ଉଡନ୍ତା ସାପ । ସହରରେ ଥିବା ଗୌଡସାହିର ଜଣେ ବ୍ୟକ୍ତି ନିଜ ଘରେ ଏହି ସାପ ପଶିଥିବା ଦେଖି ସଙ୍ଗେସଙ୍ଗେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ ।ଏହାପରେ ୱାଇଲ୍ଡ ଆନିମଲ ରେସ୍କ୍ୟୁ ଟିମର ସସ୍ଥାପକ କୃଷ୍ଣକେଶବ ଷଡଙ୍ଗୀ ଏବଂ ତାଙ୍କ ସହଯୋଗୀ ସେଠାରେ ପହଞ୍ଚି ସାପକୁ ଦେଖିଥିଲେ । ସାପକୁ ଦେଖିବା ପରେ ଏହା ଓରନେଟ ଫ୍ଲାଇଙ୍ଗ ସ୍ନେକ ବା ଉଡନ୍ତା ଚିତି ସାପ ବୋଲି ଏହାକୁ କୁହାଯାଇଥିଲା । ସାପଟି ଭୟଭୀତ ଅବସ୍ଥାରେ ଥିବାରୁ ବହୁତ ସତର୍କତାର ସହ ତାକୁ ଉଦ୍ଧାର କରାଯାଇଥିଲା ।
ସାପକୁ ଉଦ୍ଧାର କରିବା ପରେ ଜୟପୁର ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷିତ ସ୍ଥାନରେ ଛଡାଯାଇଥିଲା । ସାପ ଖବର ସହରରେ ପ୍ରଚାରିତ ହେବା ପରେ ଏହି ଉଡନ୍ତା ସାପ ଦେଖିବାକୁ ବହୁତ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।