ନୂଆଦିଲ୍ଲୀ: ପହଲଗାମରେ ଘଟିଥିବା ଆତଙ୍କୀ ହମଲାର ଜବାବରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ଅନେକ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରର ପୂରା ପରିବାର ଲୋକ ଖଣ୍ଡ ଖଣ୍ଡ ହୋଇ ଯାଇଥିଲେ । ଏବେ ଏହାକୁ ସ୍ୱୀକାର କରିଛି ଜୈଶ ଏ ମହମ୍ମଦର କମାଣ୍ଡର ମସୁଦ ଇଲିୟାସ କଶ୍ମୀରୀ । ଇଲିୟାସ ସ୍ୱୀକାର କରିଛି ଯେ, ବହାବଲପୁରରେ ଭାରତ ଦ୍ୱାରା କରାଯାଇଥିବା ହମଲାରେ ଆତଙ୍କୀ ଗୋଷ୍ଠୀର ଶୀର୍ଷ କମାଣ୍ଡର ମସୁଦ ଅଝାରର ପରିବାରର ସଦସ୍ୟ ଖଣ୍ଡ ଖଣ୍ଡ ହୋଇ ଯାଇଥିଲେ ।
ଇଣ୍ଟରନେଟରେ ଭାଇରାଲ ଏକ ଭିଡିଓରେ ଜୈଶ ଏ କମାଣ୍ଡର ମସୁଦ ଇଲିୟାସ କାଶ୍ମୀରୀକୁ ଏହା କହୁଥିବା ଶୁଣିବାକୁ ମିଳିଛି ଯେ, କେମିତି ଭାରତୀୟ ସଶସ୍ତ୍ର ବଳ ତାଙ୍କ ଶିବିର ଉପରେ ହମଲା କରିଥିଲା । ମେ ୭ରେ ଯେବେ ବହାବଲପୁରରେ ଆତଙ୍କୀ ଆଡ୍ଡା ଉପରେ ଯେବେ ଭାରତୀୟ ସେନା ହମଲା କଲା ସେଥିରେ ଆତଙ୍କୀ ମସୁଦ ଆଝାରର ପରିବାର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।
ଭାଇରାଲ୍ ଭିଡିଓରେ କଶ୍ମୀରୀ ଉର୍ଦ୍ଦୁରେ କହୁଛି ଯେ, ଆତଙ୍କବାଦକୁ କୋଳେଇ ଆମେ ଏହି ଦେଶର ସୀମାର ରକ୍ଷା ପାଇଁ ଦିଲ୍ଲୀ, କାବୁଲ ଓ କାନ୍ଧାରରୁ ଲଢେଇ କରିଥିଲୁ । ସବୁ କିଛି ବଳିଦାନ କରିବା ପରେ ମେ ୭ରେ ମୌଲାନା ମସୁଦ ଆଝାରର ପରିବାରକୁ ବହାବଲପୁରରେ ଭାରତୀୟ ସୁରକ୍ଷାବଳ ନିପାତ କରିଛନ୍ତି । କଶ୍ମୀରୀ ଯେଉଁ ମଞ୍ଚରୁ ଏହି କଥାକୁ ସ୍ୱୀକାର କରୁଥିଲା ଏବଂ ସମ୍ବୋଧିତ କରୁଥିଲା, ସେହି ମଞ୍ଚ ଉପରେ ତା ପଛରେ ଅନେକ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଘେରି ରହିଥିଲେ ।
Also read: ଶାନ୍ତି ଏବଂ ପ୍ରଗତି ପଥରେ ଫେରିଲା ନେପାଳ: ଅନ୍ତରୀଣ ସରକାରରେ ଶପଥ ନେଲେ ମନ୍ତ୍ରୀ