ପୁଣି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଆଜି ବିଧାନସଭା ଗୃହ ୪ଟା ଯାଏଁ ମୁଲତବି ରହିବ । ବିଜେପି ବିଧାୟକ ଦୁଇଟି ଦାବିକୁ ନେଇ ଗୃହରେ ନାରାବାଜି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରହିବ ।
ସୂଚନା ଅନୁସାରେ , ଦୀର୍ଘ ଦୁଇ ଦିନ ପରେ ଆଜି ବସିଥାନ୍ତା ବିଧାନସଭା ମୌସୁମୀ ଅଧିବେଶନ । ଆଉ ଆଜି ଗୃହରେ ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଏହା ଉପରେ ଗୃହରେ ଅଧିକ ଆଲୋଚନା ହେବ ବୋଲି ସୂଚନା ମିଳିଛି । କିନ୍ତୁ ହଟ୍ଟଗୋଳ କାରଣରୁ ବିଧାନସଭାରେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରହିଛି । ଅନ୍ୟପଟେ ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି । ପୂର୍ବରୁ ୨୮ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରାଯାଇଥିଲା । ଆଜିର ଏହି ପ୍ରଶ୍ନକାଳରେ ଗୃହ ନିର୍ମାଣ ନଗର ଉନ୍ନୟନ , ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତରାଜ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି ବୋଲି ଜଣାପଡ଼ିଛି ।
ଆଗକୁ ପଢ଼ନ୍ତୁ :- ଭୁବନେଶ୍ୱର ଲୋକସେବା ଭବନରେ ଲାଗିଲା ନିଆଁ