ରାଜ୍ୟରେ ପ୍ରକାଶ ପାଇଛି ବାଘ ଗଣନା । ରିପୋର୍ଟରୁ ଜଣାପଡିଛି ଯେ, ରାଜ୍ୟରେ ୩୦ ମହାବଳ ବାଘ ଅଛନ୍ତି । ଓଡ଼ିଶାରେ ୩୦ ମହାବଳ ବାଘ ଓ ୮ ବାଘ ଛୁଆ । ୩୦ ମହାବଳ ବାଘଙ୍କ ମଧ୍ୟରୁ ୨୪ ମହାବଳ ବାଘ ଶିମିଳିପାଳରେ ରହୁଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ବାଘ ଗଣନା ଆକଳନ କରାଯାଇଥିଲା । ଡିଜିଟାଲ କ୍ୟାମେରା ଦ୍ୱାରା ବାଘଗୁଡ଼ିକର ପଦ ଚିହ୍ନ ଓ ଫଟୋଚିତ୍ରକୁ ଦେଖି ଗଣନା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ୩୦ ମହାବଳ ବାଘ ମଧ୍ୟରୁ ୧୪ ବାଘୁଣୀ ଥିବା ସୂଚନା ମିଳିଛି । ଏବେ ପ୍ରତିବର୍ଷ ରାଜ୍ୟରେ ବାଘ ଗଣନା କରାଯିବ । କ୍ୟାମେରା ଟ୍ରାପ ସାହାଯ୍ୟରେ ବାଘଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ସହିତ ସାତକୋଶିଆରେ ଗୋଟିଏ ବି ମହାବଳ ବାଘ ନ ଥିବା ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ପ୍ରତିବର୍ଷ ରାଜ୍ୟରେ ବାଘ ଗଣନା କରାଯିବ ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଓଡିଶା ଜଙ୍ଗଲରେ ୩୦ ମହାବଳ ବାଘ ଅଛନ୍ତି