ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ । ଗତକାଲି ୧୦୨୪ର ପ୍ରଥମ ଦିବସ ଥିଲା । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଏକ ନୂତନ ବର୍ଷର ଆରମ୍ଭ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନପାଇଁ ଶ୍ରୀମନ୍ଦିରରେ ପୂର୍ବଦିନ ରାତିରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଲାଗି ରହିଥିଲା । ସମସ୍ତେ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ଦିନକୁ ଶୁବାରମ୍ଭ କରିବାକୁ ଚାହାନ୍ତି । ସେଥିପାଇଁ କାହିଁ କେତେ ଦୂରରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି । ଶ୍ରୀମନ୍ଦିର, ବଡ଼ଦାଣ୍ଡ ଏବଂ ସମୁଦ୍ର ବେଳାଭୂମି ସବୁଠି ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଗତକାଲି ଜନସମୁଦ୍ରରେ ପରିଣତ ହୋଇଯାଇଥିଲା ଶ୍ରୀମନ୍ଦିର । ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଥିଲେ । ଖାଲି ସେତିକି ନୁହେଁ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ସମସ୍ତେ ସମୁଦ୍ର ବେଳାଭୂମିରେ ଏକାଠି ହୋଇଥିଲେ ହଜାର ହଜାର ପର୍ଯ୍ୟଟକ । ତେଣୁକରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ସୁରକ୍ଷା ଓ ଗହଳି ନିଯନ୍ତ୍ରଣ ପାଇଁ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ :ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ