୨୦୨୪ ନବବର୍ଷ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ବଡସିଂହାର ବେଶ । ଏହା ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ। ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଜଗନ୍ନାଥ ମହାପ୍ରଭୁଙ୍କ ଏହି ବିଶାଳକାୟ ପ୍ରତିକୃତିରେ ବ୍ୟବହାର ହୋଇଛି ଗେଣ୍ଡୁ,ଗୋଲାପ, ସେବତୀ ଫୁଲ ଇତ୍ୟାଦି। ମହାପ୍ରଭୁଙ୍କ ନାକଚଣା,ହୃଦୟ ପଦକ,କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛି। ଏହା ସହ ୨୦୨୪ ନୂତନବର୍ଷକୁ ସ୍ୱାଗତ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ ଜୟ ଜଗନ୍ନାଥ ଲେଖିଛନ୍ତି।
ଆଗକୁ ପଢ଼ନ୍ତୁ : ବାଲୁକାକଳାରେ ଇଂରାଜୀ ନୂତନ ବର୍ଷକୁ ସ୍ୱାଗତ