ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ବାଲୁକାକଳା ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ମାନସ ତାଙ୍କ ବାଲୁକାକଳାରେ ବିଶ୍ୱକୁ Happy New Year ୨୦୨୪ର ଶୁଭେଚ୍ଛା ଜଣାଇ ବାଲୁକାକଳା ନିର୍ମାଣ କରିଛନ୍ତି । ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ବାଲୁକାକଳାଟି ୨୦ ଫୁଟ ଓସାର ବିଶିଷ୍ଟ ଓ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି | ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ମାନସଙ୍କ ଏହି ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
ଆଗକୁ ପଢ଼ନ୍ତୁ :ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ