କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତ କରିଛି। ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଏହାରି ମଧ୍ୟରେ ଶ୍ରୀଲଙ୍କାରୁ ଏକ ଅଭାବନୀୟ ଖବର ଆସିଛି। ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍ ଅଧିନାୟକ କୁସାଲ ମେଣ୍ଡିସ୍ ସ୍କୁଲ୍ ସମୟରେ ପ୍ରଶିକ୍ଷକ ଥିବା ଜଣେ ୬୨ ବର୍ଷୀୟ ପ୍ରଶିକ୍ଷକଙ୍କ କଲମ୍ବୋରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଖେଳାଳିମାନଙ୍କ ସହ ଝଗଡ଼ା ପରେ ମୃତ୍ୟୁ ଘଟିଛି।
ପୋଲିସ କହିଛି ଯେ ସ୍କୁଲର ଜଣେ ୧୭ ବର୍ଷୀୟ ଖେଳାଳିଙ୍କୁ ସୋମବାର ପ୍ରଶିକ୍ଷକ ସୁମିତ ଫର୍ଣ୍ଣାଣ୍ଡୋଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ମଙ୍ଗଳବାର କଲମ୍ବୋ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଏକ କିଶୋର ଗୃହକୁ ପଠାଯାଇଥିଲା।
ପୋଲିସ ଅନୁଯାୟୀ, ପିଇବା ପାଣିକୁ ନେଇ ବିବାଦ ପରେ ଅଗଷ୍ଟ ୮ ତାରିଖରେ କଲମ୍ବୋରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ, ସୁମିତ ଫର୍ଣ୍ଣାଣ୍ଡୋ ମଧ୍ୟ ଝଗଡ଼ାରେ ସାମିଲ ହୋଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଙ୍ଗଳବାର ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଫର୍ଣ୍ଣାଣ୍ଡୋ ମୋରାଟୁୱାର ପ୍ରିନ୍ସ ଅଫ୍ ୱେଲ୍ସ କଲେଜର ପୂର୍ବତନ କ୍ରିକେଟ୍ ପ୍ରଶିକ୍ଷକ ଥିଲେ। ସେ କୁସାଲ ମେଣ୍ଡିସ୍ ସମେତ ଅନେକ ପ୍ରତିଭାବାନ ସ୍କୁଲ୍ କ୍ରିକେଟରଙ୍କୁ ପ୍ରଶିକ୍ଷକ ଦେଇଥିଲେ। ଫର୍ଣ୍ଣାଣ୍ଡୋ ପରେ ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବ୍ଲୁମଫିଲ୍ଡ କ୍ରିକେଟ୍ ଏବଂ ଆଥଲେଟିକ୍ କ୍ଲବ୍ରେ କ୍ୟୁରେଟର (ପିଚ୍ ଇନଚାର୍ଜ) ଭାବରେ କାର୍ଯ୍ୟ କରିଥିଲେ। ଗୁରୁବାର ଫର୍ଣ୍ଣାଣ୍ଡୋଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ଚିନ୍ତା ବଢ଼ାଇବେ ୩ଭାରତୀୟ ଖେଳାଳି