ପୁରୀ : ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଧରି ପ୍ରବେଶ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ । ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଧରିଛି ପୋଲିସ । ଗୁମାସ୍ତାଙ୍କ ପରିଚୟ ମିଳିପାରିନାହିଁ । ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରିଛି ପୋଲିସ ।
ସୂଚନା ଅନୁଯାୟୀ ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିବା ସହ ସିଂହଦ୍ବାର ଥାନାରେ ଖବର ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ। ତାହାକୁ ନେଇ ପଚରାଉଚରା ଚାଲିଛି।