ରାଉରକେଲା : ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢ଼େଲାମାଡ଼। ବନ୍ଦେ ଭାରତ ଟ୍ରେନକୁ ଢେଲାମାଡ କଲେ ଦୁର୍ବୃତ୍ତ। ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ଼ ହୋଇଥିଲା । କଲୁଙ୍ଗା ରେଳ ଷ୍ଟେସନରେ ୨ଟି ବଗିକୁ କେହି ଦୁର୍ବୃତ୍ତ ଢ଼େଲା ମାଡ଼ କରିଥିବା ସୂଚନା ମିଳିଛି।
ଏହି ଆକ୍ରମଣରେ ଟ୍ରେନର ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି। ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କାହାରି କିଛି କ୍ଷତି ହୋଇନାହିଁ। ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୁରାକ ମିଳିନାହିଁ।
ସୂଚନା ଯୋଗ୍ୟ ପୂର୍ବରୁ ମଧ୍ୟ ନିକଟରେ ବନ୍ଦେ ଭାରତ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ଟ୍ରେନର କାଚ ଭାଙ୍ଗି ଯାଇଥିଲା। ଆଉ ଏବେ ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ଢ଼େଲା ମାଡ଼ ହୋଇଛି ଯାହା ଚିନ୍ତାଜନକ ବିଷୟ ଅଟେ । ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।