ନିଦ୍ଧିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ଠିକାଦାରଙ୍କୁ ମନ୍ତ୍ରୀଙ୍କ ନିଦେ୍ର୍ଦଶ । ଏଣିକି କାମ ବିଳମ୍ବ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ପୂର୍ତ୍ତବିଭାଗ ପକ୍ଷରୁ ପ୍ରଥମଥର ପାଇଁ ବିସ୍ତୁତ ସମୀକ୍ଷା ବୈଠକ ବସିଥିଲା । ତେବେ ବୈଠକ ପରେ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ଏଭଳି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏପରିକି କ୍ୱାଲିଟିରେ ବି କମ୍ପ୍ରୋମାଇଜ୍ ନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ମଙ୍ଗଳବାର ପୂର୍ତ୍ତବିଭାଗ ପକ୍ଷରୁ ବସିଥିବା ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ଠିକଦାରମାନେ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ରୋଡ, ବ୍ରିଜ୍, ବିଲ୍ଡିଂ, ଏନଏଚ ପ୍ରକଳ୍ପକୁ ନେଇ ମନ୍ତ୍ରୀ ଏହି ବିସ୍ତୁତ ସମୀକ୍ଷା କରିଥିଲେ । ଆଜିର ବୈଠକରେ ୧୦୦କୋଟିରୁ ଉଦ୍ଦ୍ୱର୍ ଟଙ୍କାର ପ୍ରକଳ୍ପର ସମୀକ୍ଷା ହୋଇଥିଲା । ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହିତ ପ୍ରକଳ୍ପର ଶେଷ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ । ତେବେ ବୈଠକରେ ସମୟସୀମା ସୁଦ୍ଧା କାର୍ଯ୍ୟ ନ ସାରିଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପେନାଲଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଓଡ଼ିଶା ସ୍ୱାର୍ଥର ସୁରକ୍ଷା ଲଢେଇରେ କୌଣସି ସାଲିସ୍ କରାଯିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।