ଭୁୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ । ଏହାରି ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଛି ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ବର୍ଷା ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢି ଯାଇଛି ।
ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,ଗଞ୍ଜାମ, ଗଜପତି ,ରାୟଗଡା,କଳାହାଣ୍ଡି,କନ୍ଧମାଳ, ନୟାଗଡ, ଖୋର୍ଦ୍ଧା,ପୁରୀ,ବୌଦ୍ଧ, ଜଗତସିଂହପୁର. କେନ୍ଦ୍ରାପଡା ,ଭଦ୍ରକ, ଯାଜପୁର,କଟକ, ଢେଙ୍କାନାଳ ଓ ଅନୁଗୋଳ। ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିଭଳି କୋରାପୁଟ,ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର,ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛି । ୨୧ ତାରିଖରେ ଖୋର୍ଦ୍ଧା,ପୁରୀ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର , ଭଦ୍ରକ,ମୟୁରଭଞ୍ଜ ଓ ବାଲେଶ୍ବରର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଏପଟେ ଲଘୁଚାପ ବର୍ଷା ଆସୁଥିବାରୁ ଚିନ୍ତାରେ ଚାଷୀ । କାରଣ ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ଚାଲିଛି । ପାଚିଲା ଧାନ ଅନେକ ସ୍ଥାନରେ ବିଲରେ ଲହଡ଼ି ମାରୁଛି ଥ ଆଉ କେଉଁଠି ଚାଷୀ ଧାନ କାଟି ବିଲରେ ପକାଇଛି । ତେବେ ଆଜି ଠାରୁ ୩ଦିନ ଯାଏଁ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୁଳ। ବର୍ଷା ଯୋଗୁ ଫସଲ ଉଜୁଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଜୀବନ ଜୀବିକା ଉପରେ ଦାଉ ସାଧିବାକୁ ବସିଛି ଅଦିନିଆ ବର୍ଷା।