ରାଉରକେଲା: ଯୌନ ପିପାସୁଙ୍କ ଲୋଲୁପ ଦୃଷ୍ଟିରୁ ବି ବଞ୍ଚିପାରୁ ନାହାଁନ୍ତି ନାବାଳିକା । ପୁଣି ଏଭିଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ଇସ୍ପାତ ନଗରୀ ରାଉରକେଲାରେ । ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଉଦିତ ନଗର ଥାନା ପୁଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।
ଗତ ୧୭ ତାରିଖ ଅପରାହ୍ନରେ ନାବାଳିକା ଜଣକ ବିଶ୍ରା ଛକ ଷ୍ଟେସନ ଅଞ୍ଚଳରେ ବୁଲାବୁଲି କରୁଥିଲେ । ଏହି ସମୟରେ ତାଙ୍କୁ ଖାଇବାକୁ ଦେବେ କହି ତାଙ୍କର ଜଣେ ପୁରୁଷ ଅନ୍ୟ ୨ଜଣଙ୍କ ସହିତ ମିଶି ଅଟୋରେ ଉଠାଇ ନେଇଥିଲେ । ଏହା ପରେ ଗୋଟିଏ ଘରେ ବନ୍ଦ କରି ଗଣ ଦୁଷ୍କର୍ମ କରିଥିଲେ । ୧୯ ତାରିଖରେ ନାବାଳିକା ଜଣକ ସେଠାରୁ ଖସି ପଳାଇ ଆସିଥିଲେ । ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।
ଏହା ପରେ ନାବାଳିକା ପରିବାର ପକ୍ଷରୁ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତ କରି ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକଙ୍କ ମଧ୍ୟରେ ଜଣେ ଦୁଇ ୨୫ ଏବଂ ୩୦ ବର୍ଷର ଯୁବକ ଥିବାବେଳେ ଆଉଜଣେ ୫୦ ବର୍ଷୀୟ ବୟସ୍କ ବ୍ୟକ୍ତି ରହିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମାଛ ବ୍ୟବସାୟୀ ଅଟନ୍ତି । ସେପଟେ ଆଜି ନାବାଳିକାର ଡାକ୍ତରୀମାଇନା କରାଯିବ ବୋଲି କହିଛନ୍ତି ରାଉରକେଲା ଏସି ନିତେଶ ମାଧୱାନୀ ।
ପୋଲିସର ସୂଚନା ମୁତାବକ, ନାବାଳିକା ଜଣକ ୧୭ ତାରିଖ ମଙ୍ଗଳବାର ଦିନ ଘରୁ ଝଗଡ଼ା କରି ପଳାଇ ଆସିଥିଲେ । ଘରକୁ ନ ଫେରିବାରୁ ବୁଧବାର ଦିନ ପରିବାର ପକ୍ଷରୁ ଉଦିତ ନଗର ଥାନାରେ ନିଖୋଜ ଥିବା ଏତଲା ଦିଆଯାଇଥିଲା । ଷ୍ଟେସନ ନିକଟରେ ଛିଡ଼ା ହୋଇଥିବାବେଲେ ସମ୍ପୃକ୍ତ ଯୁବକ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ । ପରେ ନେଇ ମାଛ ବ୍ୟବସାୟୀଙ୍କ ଘରେ ରଖି ଦୁଷ୍କର୍ମ କରିଥିଲେ ।