ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର ମହାନଗର ନିଗମର କର୍ତ୍ତୃପକ୍ଷ ଓ କର୍ପୋରେଟର ମୁହାଁମୁହିଁ ହୋଇଛନ୍ତି । ୧୭ ନମ୍ୱର ଓ୍ୱାର୍ଡ ପଞ୍ଚାନନ ନଗରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବର ଦଖଲ କରିଥିବା 2ଟି ଘରକୁ ଉଚ୍ଛେଦ କରାଯାଉଥିଲା । ଏହି ସମୟରେ ବିଏମସି କର୍ତ୍ତୃପକ୍ଷ ଓ ୨୦ରୁ ଉର୍ଦ୍ଧ୍ୱ କର୍ପୋରେଟର ମଧ୍ୟରେ ଜୋରାଦାର ଝଗଡ଼ା ହୋଇଛି । ମହାନଗର ନିଗମ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକଭାବେ ଉଚ୍ଛେଦ କରୁଥିବା ଅଭିଯୋଗ ହୋଇଛି ।