କଟକ : ହରଡ଼ ଘଣାରେ ଲୋକେ। ଶୀତ ଋତୁରେ ବର୍ଷା। ଅସ୍ତବ୍ୟସ୍ତ ହେଲେଣି କଟକବାସୀ। ଗୋଟିଏ ପଟେ ଶୀତକୁ ଅନ୍ୟପଟେ ଲଘୁଚାପ ଜନିତ ତୁହା କୁ ତୁହା ବର୍ଷା। ଘରୁ ବାହାରିବା ହୋଇ ପଡିଲାଣି କଷ୍ଟକର। ରାସ୍ତା ଘାଟ ଏକ ପ୍ରକାର ସୁନସାନ। ଘରୁ ବାହାରିଲେ ଶ୍ୱେଟର ପିନ୍ଧିବେ ନାଁ ରେନିକୋର୍ଟ ପିନ୍ଧିବେ ତାକୁ ନେଇ ଦ୍ଵନ୍ଦରେ ଲୋକ। ଗତ ଦୁଇ ଦିନ ଧରି କୋହଲା ପାଗ ରହିଥିଲା ବେଳେ ଶୁକ୍ରବାର ସକାଳୁ କଟକରେ ଜାରି ରହିଛି ବର୍ଷା। ଯାହା ଶୀତର ପ୍ରଭାବକୁ ସାମନ୍ୟ ବୃଦ୍ଧି କରାଇଦେଇଛି। ତେବେ ବର୍ଷ ଏବଂ ଶୀତରୁ ରକ୍ଷା ପାଇବା ପାଇଁ କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ବି କାହା ଘର ତଳେ ନେଉଛନ୍ତି ଆଶ୍ରୟ।