ବାରିପଦା: ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଗୁହାରି ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ । ଯାହାଫଳରେ ରାଗିକି ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ବାରିପଦାରୁ ଆସିଛି ଏଭଳି ଚିତ୍ର ।
ବାରିପଦା- ଧନପୁର ରାସ୍ତାର ଜାମବଣୀ ଠାରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘଦିନ ହେବ ପାନୀୟ ଜଳ ନେଇ ଗାଁରେ ଲାଗିରହିଛି ସମସ୍ୟା । ଏନେଇ ବାରମ୍ବାର ଦାବି ପରେ ବି ସମସ୍ୟାର ସମାଧାନ ହୋଇପାରୁନି । ଗାଁରେ ଥିବା ନଳକୂପଟି ଅଚଳ ହେବା ପରେ ପ୍ରାୟେ ମାସେ ହେବ ସ୍ଥାନୀୟ ଅଞ୍ଚଳର ୫ଟି ୱାର୍ଡର ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାସ୍ତାରେ ଗରା ବାଲଟି ଧରି ସେମାନେ ଆନେ୍ଦାଳନ କରିଛନ୍ତି ।