କଟକ: ରାଜ୍ୟ ବାହାରକୁ ପେଟ ପାଟଣା ପାଇଁ ଯାଇଥିବା ପୁଣି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ମାଡ଼ବିହାରପୁର ଗ୍ରାମର ବିକାଶ ଖଟୁଆ । ମହାରାଷ୍ଟ୍ରର ପୁନେ ସେ କାମ କରୁଥିଲେ । ସେ ରହୁଥିବା ଭଡ଼ା ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତ ଦେହ ମିଳିଛି ।
ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତାଙ୍କୁ କରାଯାଇଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘରର ଭେଣ୍ଡିଆ ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି ।