ନୂଆଦିଲ୍ଲୀ: ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ଗଠନ ହୋଇଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି)ରେ ଆଉ ୮ ଜଣ ସଦସ୍ୟଙ୍କ ନାମ ଯୋଡ଼ା ଯାଇଛି । ଲୋକସଭାର ୬ ଏବଂ ରାଜ୍ୟସଭାର ୨ ସଦସ୍ୟଙ୍କୁ ସାମିଲ କରାଯାଇଛି । ଫଳରେ ପୂର୍ବରୁ ଏହି କମିଟିରେ ୩୧ ଜଣ ସଦସ୍ୟ ରହିଥିବାବେଳେ ତାହା ୩୯କୁ ବୃଦ୍ଧି ପାଇଛି । ସଦ୍ୟତମ ତାଲିକା ଅନୁଯାୟୀ ଲୋକସଭାର ୨୭ ସଦସ୍ୟ ଏବଂ ରାଜ୍ୟସଭାର ୧୨ ସଦସ୍ୟ ରହିଛନ୍ତି ।
ଏଥିରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡାହଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହା ସହିତ ଲୋକସଭାର ସଞ୍ଜୟ ଜୟଶୱାଲ (ବିଜେପି), ରାଧାକ୍ରୀଷ୍ଣନ୍ ଓ ଛୋଟେଲାଲ (ସିପିଆଇଏମ୍), ଅନୀଲ ଦେଶାଇ (ଶିବସେନା ୟୁବିଟି) ଏବଂ ସମ୍ଭବୀ (ଏଲଜେପି) । ପୂର୍ବରୁ ଜେପିସିରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀର ସାଂସଦ ଡ. ସମ୍ବିତ ପାତ୍ର ରହିଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଧେୟକ ଆଗତ ହୋଇଛି । ଗୃହରେ ବିଧେୟକ ଉପସ୍ଥାପନ କରିବା ପ୍ରସ୍ତାବ ସପକ୍ଷରେ ୨୬୯ ସାଂସଦଙ୍କ ଭୋଟ୍ ପଡ଼ିଥିବା ବେଳେ ଏହାରି ବିରୋଧରେ ୧୯୮ ଭୋଟ୍ ପଡ଼ିଥିଲା । ଏହା ପରେ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ପଠାଇ ଦିଆଯାଇଥିଲା । ବଜେଟ୍ର ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ଜେପିସି ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିବ । ଏହାକୁ ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇବା ପାଇଁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଜରୁରୀ।
ଜେପିସିରେ ଥିବା ଲୋକସଭା ସାଂସଦ
୧ – ପିପି ଚୌଧୁରୀ(ବିଜେପି)
୨ – ଡ. ସିଏମ ରମେଶ(ବିଜେପି)
୩ – ବାଂଶୁରୀ ସ୍ଵରାଜ(ବିଜେପି)
୪- ପରଷୋତ୍ତମଭାଇ ରୂପାଲା(ବିଜେପି)
୫ – ଅନୁରାଗ ସିଂ ଠାକୁର(ବିଜେପି)
୬ - ବିଷ୍ଣୁ ଦୟାଲ ରାମ(ବିଜେପି)
୭ – ଭର୍ତ୍ତୃହରି ମହତାବ(ବିଜେପି)
୮ – ଡ. ସମ୍ବିତ ପାତ୍ର(ବିଜେପି)
୯ – ଅନିଲ ବଲୁନି(ବିଜେପି)
୧୦ – ବିଷ୍ଣୁ ଦତ୍ତ ଶର୍ମା(ବିଜେପି)
୧୧ – ପ୍ରିୟଙ୍କା ଗାନ୍ଧୀ ଭଦ୍ରା(କଂଗ୍ରେସ)
୧୨ – ମନୀଷ ତିଓ୍ଵାରୀ(କଂଗ୍ରେସ)
୧୩ – ସୁଖଦେବ ଭଗତ(କଂଗ୍ରେସ)
୧୪ – ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)
୧୫ – କଲ୍ୟାଣ ବାନାର୍ଜୀ(ଟିଏମସି)
୧୬ – ଟିଏମ ସେଲଭାଗଣପତି(ଡିଏମକେ)
୧୭ – ଜିଏମ ହରିଶ ବାଲଯୋଗୀ(ଟିଡିପି)
୧୮ – ସୁପ୍ରିୟା ସୁଲେ(ଏନସିପି-ଶରଦ ଗୋଷ୍ଠୀ)
୧୯ – ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ(ଶିବସେନା-ସିନ୍ଦେ ଗୋଷ୍ଠୀ)
୨୦ – ଚନ୍ଦନ ଚୌହାନ(ଆରଏଲଡି)
୨୧- ବାଲାଶୋଭରୀ ବଲ୍ଲଭନେନୀ(ଜନସେନା ପାର୍ଟି)
୨୨- ବୈଜୟନ୍ତ ପଣ୍ଡା (ବିଜେପି)
୨୩- ସଞ୍ଜୟ ଜୟଶୱାଲ (ବିଜେପି)
୨୪- ଛୋଟେଲାଲ (ସିପିଆଇଏମ୍)
୨୫-ଅନୀଲ ଦେଶାଇ (ଶିବସେନା ୟୁବିଟି)
୨୬-ସମ୍ଭବୀ (ଏଲଜେପି)
୨୭- ରାଧାକ୍ରୀଷ୍ଣନ୍ (ସିପିଆଇଏମ୍)