ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲକୁ ବୋମା ଧମକ ମିଳିଛି। ଖବର ପାଇ ଘଟଣାସ୍ଥଳକୁ ଟିମ୍ ପଠାଯାଇଛି। ପୁଲିସ ସୂଚନା ଅନୁଯାୟୀ, ସ୍କୁଲରେ ପାଠପଢ଼ାକୁ ଅନ୍ଲାଇନ୍ ମୋଡ୍କୁ ସ୍ଥାନାନ୍ତର କରାଯାଇଛି।
ଦୁର୍ବୃତ୍ତମାନେ ଦେଶର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯଥା ବିମାନବନ୍ଦର, ମନ୍ଦିର ଓ ଐତିହାସିକସ୍ଥଳକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିକଟରେ ଧମକ ମିଳିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଧମକ ମିଳିଥିଲା।
ଦିଲ୍ଲୀର ଡିପିଏସ୍ ସ୍କୁଲକୁ ମଧ୍ୟ ବୋମାମାଡ଼ ଧମକ ମିଳିଥିଲା। ଇ-ମେଲ୍ ଜରିଆରେ ସ୍କୁଲକୁ ଧମକ ଦିଆଯାଇଥିଲା। ସେପଟେ ଏହି ଧମକକୁ ନେଇ ସ୍କୁଲ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସ୍କୁଲ ପ୍ରଶାସନ ପକ୍ଷରୁ ପୁଲିସକୁ ଖବର ଦିଆଯାଇଛି। ଖବର ପାଇ ପୁଲିସ ଓ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଲର ତଦନ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ବିସ୍ଫୋରଣରେ ୫ ମୃତ, ୧୦ରୁ ଊର୍ଦ୍ଧ୍ବ ଆହତ