ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଡ. ଡିୱାଇ ପାଟିଲ ସ୍ପୋର୍ଟସ ଏକାଡେମୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୬୦ ରନରେ ବିଜୟୀ ହୋଇ ସିରିଜ ଜିତିନେଇଛି। ସ୍ମୃତି ମନ୍ଧାନା ଏବଂ ରିଚା ଘୋଷ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।
ମ୍ୟାଚ୍ର ନେତୃତ୍ୱ ନେଉଥିବା ସ୍ମୃତି ମନ୍ଧାନା ୪୭ ବଲ୍ରେ ୧୩ ଚୌକା ଓ ୧ ଛକା ସାହାଯ୍ୟରେ ୭୭ ରନ୍ କରିଥିଲେ। ଏହାବ୍ୟତୀତ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ୨୧ ବଲ୍ରେ ୩ ଚୌକା ଓ ଛକା ସାହାଯ୍ୟରେ ୫୪ ରନ୍ କରିଥିଲେ। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି।
ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସେମାନଙ୍କ ପାଇଁ ଭୁଲ୍ ସାବ୍ୟସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୭ ରନ୍ କରିଥିଲା। ଅଧିନାୟକ ସ୍ମୃତି ମନ୍ଧାନା ଦଳ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିଲେ। ରିଚା ଘୋଷ ଉଲ୍ଲେଖନୀୟ ଅବଦାନ ଦେଇ ୨୫୭.୧୪ ଷ୍ଟ୍ରାଇକ୍ ରେଟ୍ରେ ଗୋଲ୍ ଦେଇଥିଲେ।
୨୧୮ ରନ୍ର ବିଶାଳ ରନ୍ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିବା ଜଣାପଡ଼ିଥିଲା। ଦଳ ଭଲ ଆରମ୍ଭ କରିପାରିନଥିଲା। ରନ୍ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ୨୦ ରନ୍ରେ କିଆନା ଜୋସେଫ୍ଙ୍କ ରୂପରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହାପରେ ଦଳକୁ ଦ୍ୱିତୀୟ ଝଟକା ୫୭ ରନ୍ ଓ ତୃତୀୟ ଝଟକା ୬୨ ରନ୍ରେ ହୋଇଥିଲା। ଏହାପରେ ଦଳ ୧୦୦ ରନ୍ ପୂର୍ବରୁ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା। ଦ୍ୱାଦଶ ଓଭରରେ ଦଳକୁ ଚତୁର୍ଥ ଝଟକା ୯୬ ରନ୍ ହୋଇଥିଲା।
ଏହାପରେ ୱେଷ୍ଟଇଣ୍ଡିଜ୍ ୧୫ତମ ଓଭରରେ ୧୨୯ ରନ୍ରେ ପଞ୍ଚମ ଓ୍ଵିକେଟ୍ ହରାଇଥିଲା। ସେଠାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତଗତିରେ ଓ୍ଵିକେଟ୍ ହରାଇଥିଲା। ଦଳକୁ ଷଷ୍ଠ ଝଟକା ୧୩୬ ରନ୍, ୧୩୭ ରନ୍ରେ ସପ୍ତମ, ୧୪୨ ରନ୍ରେ ଅଷ୍ଟମ ଓ ୧୪୭ ରନ୍ରେ ନବମ ଓ୍ଵିକେଟ୍ ଥିଲା। ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।