ଭୁବନେଶ୍ୱର: ରାସନ କାର୍ଡରେ ଇ-କେୱାଇସି ଅପଡେଟ ନେଇ ଆଉ ବୃଦ୍ଧି ହେବନାହିଁ ସମୟ ସୀମା । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ରାସନ୍ କାର୍ଡ ଇ-କେୱାଇସି ଅପଡେଟରେ ଆଉ କୋହଳ କରାଯିବ ନାହଁ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଅପଡେଟ୍ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନ କରିପାରିଲେ, ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ ।
ଅଧିକ ପଢନ୍ତୁ: ୧୧ ମହଲା ବିଲ୍ଡିଂରେ ଲାଗିଲା ନିଆଁ; ଅଗ୍ନିକାଣ୍ଡରେ ଗଲା ୨ ମହିଳାଙ୍କ ଜୀବନ
ଇ-କେୱାଇସି ଅପଡେଟ ପାଇଁ ଫେବୃୟାରୀ ୧୫ ତାରିଖ ଥିଲା ଶେଷ ତାରିଖ ହେଲେ ଏହାର ସମୟସମୀକୁ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଥିଲେ ସରକାର । କାରଣ ରାଜ୍ୟର ୩୪୧ ପିଡିଏସ ସେଣ୍ଟରରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଯୋଗୁଁ ସରକାର ଇ-କେୱାଇସି ଅପଡେଟ ପାଇଁ ମାର୍ଚ୍ଚ ୩୧ ଯାଏଁ ସମୟସୀମା ବୃଦ୍ଧି କରିଥିଲେ । ତେବେ ଏହି ଦେଢ଼ ମାସ ଭିତରେ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୩୧ ପରେ ଆଉ କୌଣସି ପରିସ୍ଥିତିରେ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।