ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ମସଜିଦ ଅଞ୍ଚଳରେ ଥିବା ଏକ ୧୧ ମହଲା ବିଲ୍ଡିଂରେ ଲାଗିଥିଲା । ଏଥିରେ ୨ ଜଣ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ଉଦ୍ଧାର କରାଯାଇ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦକ୍ଷିଣ ମୁମ୍ବାଇର ମସଜିଦ୍ ବନ୍ଦର ଅଞ୍ଚଳରେ ଥିବା ଏହି ବିଲ୍ଡିଂରେ ସକାଳ ୬ଟା ୧୧ ମିନିଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କୋଠାର ତଳ ମହଲାରେ ଥିବା ମିଟର ଏବଂ ତାରରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଏହି ସମୟରେ ପ୍ରଥମ ମହଲାରେ ଥିବା ଦୁଇ ଜଣ ମହିଳା ନିଆଁ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ପ୍ରବଳ ଧୂଆଁ ଯୋଗୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଏ ପର୍ୟ୍ୟନ୍ତ ଜଣାପଡ଼ି ନାହିଁ । ନିଆଁର ପ୍ରକୋପ ଏତେ ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି ।