ନୂଆଦିଲ୍ଲୀ: ଆଇପିଏଲ୍୍ ଆଗାମୀ ସିଜିନରୁ ନାଁ ପ୍ରତ୍ୟାହାର କରିବା କାରଣରୁ ଇଂଲଣ୍ଡର ତାରକା ବ୍ୟାଟର ହ୍ୟାରି ବ୍ରୁକଙ୍କ ଉପରେ ଦୁଇ ବର୍ଷ କଟକଣା ଲଗାଇଛି ବିସିସିଆଇ । ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୪ରେ ହୋଇଥିବା ମେଗା ନିଲାମରେ ୬.୨୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଥିଲା । ତେବେ ବ୍ରୁକ ଇଂଲଣ୍ଡର ଘରୋଇ ସିଜିନ ଉପରେ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି ।
ଇଂଲଣ୍ଡ ଦଳର ଚାମ୍ପିଅନ୍ସ ଟ୍ରଫିରେ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା । ଏବେ ହ୍ୟାରି ବ୍ରୁକ ନିଜକୁ ଉପଲବ୍ଧ ଦର୍ଶାଇଲେ ମଧ୍ୟ ଆଇପିଏଲ୍ ୨୦୨୫ ଓ ୨୦୨୬ ସିଜିନ ଖେଳି ପାରିବେ ନାହିଁ । ମେଗା ନିଲାମ ପୂର୍ବରୁ ଆଇପିଏଲ୍ ଗଭର୍ଣ୍ଣିଁ କାଉନସିଲ ନୂତନ ନିୟମର ଘୋଷଣା କରିଥିଲା । ଏଥିରୁ ଗୋଟିଏ ନିୟମ ଏହା ଥିଲା ଯେ, ନିଲାମୀରେ ଚୟନ ହେବା ପରେ ଟୁର୍ଣ୍ଣାମେଣ୍ଟରୁ ଓହରୁଥିବା ଖେଳାଳିଙ୍କୁ ଆଇପିଏଲରୁ ୨ ବର୍ଷ ବାସନ୍ଦ କରାଯିବ । ବିସିସିଆଇ ଅନୁଯାୟୀ, ହ୍ୟାରି ବ୍ରୁକ ଏଥର ଆଇପିଏଲ୍ ସିଜିନରୁ ବାହାରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କୁ ବିସିସିଆଇର ନୂଆ ନିୟମ ଅନୁଯାୟୀ, ଆଗାମୀ ସିଜିନରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିବ ନାହିଁ ।
ନିୟମ ଅନୁଯାୟ. ଯଦି କୌଣସି ବି ଖେଳାଳି ନିଲାମ ପୂର୍ବରୁ ନିଜ ନାଁ ପଞ୍ଜିକରଣ କରନ୍ତି ଏବଂ ନିଲାମରେ ଚୟନିତ ହେବା ପରେ କିମ୍ବା ସିଜିନ ପୂର୍ବରୁ ନିଜକୁ ଅନୁପଲବ୍ଧ ଦର୍ଶାନ୍ତି ତେବେ ତାଙ୍କୁ ଦୁଇଟି ସିଜିନ ପାଇଁ ବାଦ୍ ଦିଆଯାଏ ।