ମାଲକାନଗିରି, ଜୁନ ୨୧(ଖବର ଓଡିଶା):
ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ମାଲାକନଗିରି ସୀମା ତେଲଙ୍ଗାନାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଗାଡି ପୋଡି ଦେଇଛନ୍ତି ।
ସୂଚନା ଅନୁସାରେ, ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା କାମ ଚାଲିଥିଲା । ଏହି ରାସ୍ତା କାମରେ ଗାଡି ନିୟୋଜିତ ରହିଥିଲା । ତେବେ ପୂର୍ବରୁ ଏହି ରାସ୍ତା କାମକୁ ମାଏବାଦୀମାନେ ବିରୋଧ କରିଆସୁଥିଲେ ।
ଫଳରେ ରାସ୍ତାକାମରେ ନିୟୋଜିତ ଥିବା ଗାଡିକୁ ମାଓବାଦମାନେ ପୋଡି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ସିଆରପିଏଫ ଓ ଏସଟିଏଫ ବାହିନୀ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଗାଡି ପୋଡିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖିବାକୁ ମିଳିଛି ।