ପାଣି ପାଇଁ ମହାଭାରତ ,ବଡ ଭାଇକୁ ମାରି ଜଙ୍ଗଲରେ ପୋତି ଘରକୁ ଫେରିଲା ସାନଭାଇ
Khabar Odisha:Mahabharata-for-water-the-younger-brother-killed-the-elder-brother-and-buried-him-in-the-forest-and-returned-home
ଭବନୀପାଟଣା, ଅକ୍ଟୋବର ୪(ଖବର ଓଡ଼ିଶା)

ପାଣିକୁ ନେଇ ଝଗଡା , ବଡ ଭାଇକୁ ମାରିଦେଲା ସାନଭାଇ ।ଭବନୀପାଟଣା ସଦର ଅନ୍ତର୍ଗତ ତିଲଯୋଗି ଗାଁରେ ଏହି ଅଘଟଣ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ମୃତ ଜଣକ ହେଉଛନ୍ତି ପୂର୍ଣ୍ଣ ମାଝୀ । ବଡ଼ ଭାଇ ବେଦପତି ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାସ୍ଥଳକୁ ଯାଇ ଶବ ପୋତିଥିବା ସ୍ଥାନକୁ ଚିହ୍ନଟ କରିଥିଲେ । ପୋଲିସ ଛାନ୍‌ଭିନ୍ ଜାରି ରଖିଛି । ସୁଚନା ଅନୁସାରେ ଗତକାଲି ପାଣି ପାଇଁ ବେଦପତି ଓ ପୂର୍ଣ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବେଦପତି ପୂର୍ଣ୍ଣଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ଫଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଭାଇ ଶବକୁ ନେଇ ପାଖ ଜଙ୍ଗଲରେ ପୋତି ଘରକୁ ଫେରିଆସିଥିଲେ ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୂର୍ଣ୍ଣଙ୍କୁ ନପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ । 

  • Tags:

Subscribe

National International State Sports Entertainment