ଭୁବନେଶ୍ୱର : ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅପରାଜିତା ୪ଟି ପ୍ରସ୍ତାବ ଦେଇଛନ୍ତି ।
ସୂଚନା ଯୋଗ୍ୟ ଏହି ପ୍ରସ୍ତାବରେ ପ୍ରଥମ ପ୍ରସ୍ତାବ ହେଉଛି ଜଟଣୀରେ ପ୍ରସ୍ତାବିତ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ କାମ ଆରମ୍ଭ ହେଉ। ତେଣୁ ତୁରନ୍ତ ୨୦ ଏକର ଜମି ଯୋଗାଇ କାମ ଆରମ୍ଭ କରିବାକୁ ପ୍ରସ୍ତାବ। ସେହିପରି ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ବ୍ରାଞ୍ଚ ଖୋଲିବା ପ୍ରସଙ୍ଗରେ ଆଲୋଚନା ହୋଇଛି। ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିସହ ମା’ ଉଗ୍ରତାରାଙ୍କ ଅଟକି ରହିଥିବା କାମ ତ୍ବରାନ୍ବିତ ପାଇଁ ପ୍ରସ୍ତାବ ଦେଇଛନ୍ତି।