ପୁଣି ମନ୍ଦିର ଲୁଟ୍ କଲେ ଦୃର୍ବୁତ୍ତ । ଦିନକୁ ଦିନ ବଢ଼ିଚାଲିଛି ମନ୍ଦିର ଲୁଟ୍ ମାମଲା । ପୋଲିସକୁ ଚକ୍ମା ଦେଖାଇ ଲୁଟ୍ କରିଚାଲିଛନ୍ତି ଲୁଟେରା । ଏପରିକି ଚୋରମାନେ ସମସ୍ତ ସୀମା ଟପିଯାଉଛନ୍ତି । ଏବେ ଲୁଟେରାମାନଙ୍କ ନଜରରେ ରହିଛି ମନ୍ଦିର । ଦୃର୍ବୁତ୍ତମାନେ ବିନା କୌଣସି ଭୟରେ ଗୋଟେ ପରେ ଗୋଟେ ମନ୍ଦିରରୁ ଲୁଟ କରୁଛନ୍ତି । ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା ।
ସେହିପରି କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିରରୁ ବିଳମ୍ବିତ ରାତିରେ ନିର୍ଭୟରେ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା । ଦୃର୍ବୁତ୍ତମାନେ ହୁଣ୍ଡି ଭାଙ୍ଗିବା ପରେ ଘଟଣାସ୍ଥଳରେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ଫିଙ୍ଗି ଦେଇ ଯାଇଛନ୍ତି । ଏ ସମ୍ପର୍କରେ ଆଜି ସକାଳେ ଜଣାପଡ଼ିବାରୁ ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, ହୁଣ୍ଡି ପାଖରେ ଏକ ସିସିଟିଭି ରହିଛି ଯାହା ଅଚଳ ଅବସ୍ଥାରେ ପଡି ରହିଛି ।
ଆଗକୁ ପଢ଼ନ୍ତୁ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ