କୋରାପୁଟ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକଙ୍କ ନାମ ହେଉଛି କାମିଆ । ଏହି ଖବର ପରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଗୁରୁବାର ରାତିରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସ୍ଥିତ ଚିନ୍ତାଗୁଡ଼ା ଗାଁରେ କେତେ ଜଣ ସାଙ୍ଗ ମିଶି ପୋଖରୀରୁ ମାଛ ଧରିବା ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ । ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ କାମିଆ ଆସିଯାଇଥିଲେ । ଯାହାଫଳରେ ବିଦ୍ୟୁତ୍ କରେଣ୍ଟ ଲାଗିବ ପରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ଏହି ଖବର ପରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଗକୁ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ GST ଅଧିକାରୀ