ଡହଡହ ଖରାରେ ଜଳୁଛି ଓଡ଼ିଶା । ଆଜି ୪୪ ଟପିଲା ରାଜଧାନୀ ତାପମାତ୍ରା। ଦିନ ସାଢ଼େ ୨ ସୁଦ୍ଧା ୪୪.୬ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଚଳିତ ସିଜିନର ସବୁଠାରୁ ଅଧିକ ତାତି ଆଜି ଅନୁଭୂତ ହୋଇଛି।
ପାଣିପାଗ ବିଭାଗ ସୂଚନାନୁସାରେ,ଆଜି ୫ ସହରରେ ପାରଦ ୪୨ ଡିଗ୍ରୀ ଟପିଛି। ଝାରସୁଗୁଡ଼ା ୪୩.୬, ରାଉରକେଲା ୪୨.୫, ଚାନ୍ଦବାଲି ୪୨.୪ ଡିଗ୍ରୀ, ସମ୍ବଲପୁର ୪୨.୧, ହୀରାକୁଦ ୪୧.୮, ବାଲେଶ୍ବର ୪୧.୭, କେନ୍ଦୁଝର ୪୧.୫, ଗୋପାଳପୁର ୩୫.୪ ଓ ପୁରୀ ୩୪.୭ ଡିଗ୍ରୀ ରେକର୍ଡ ହୋଇଛି।