ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁ ରେ ସଶସ୍ତ୍ର ଡକାୟତି। ଗାଁରେ ରାତି ଅଧରେ ଗୋଟିଏ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା, ଗହଣା ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ବୋଲେରୋ ରେ ପ୍ରାୟ ୮ ରୁ ୧୦ ଦୁର୍ବୃତ୍ତ ଶିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରକୁ ଅତର୍କିତ ଭାବରେ ପଶି ଆସିଥିଲେ । ପରେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ନେଇଯିବା ସହ ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି। ସେଥିରେ ବହୁତ ସୁନା ଓ ରୂପା ଅଳଙ୍କାର ଥିବା ସେମାନେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଆକ୍ରମଣରେ ଗୋପାଳଚେଟି ଉପେନ୍ଦ୍ର ଆହତ ହୋଇଯାଇଥିଲେ । ଏନେଇ ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତନାଘନା ଯାଞ୍ଚ କରୁଥିଲେ ।