ମୟୂରଭଞ୍ଜ: ଦିବାଲୋକରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ । ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରେ ଘଟିଛି ।
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ୫ ଜଣ ଦୁର୍ବୃତ୍ତ ଏସଵିଆଇ ବ୍ୟାଙ୍କ ଭିତରକୁ ଅତର୍କିତ ଭାବରେ ପଶିଆସିଥିଲେ । ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ମାଡ଼ ମଧ୍ୟ ମାରିଥିଲେ । କିଛି ସମୟ ମଧ୍ୟରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ ଦାବି ଉପରେ ରୁଲିଂ ଦେଲେ ବାଚସ୍ପତି
ବ୍ୟାଙ୍କ ଲୁଟ କରିବା ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଆହତ ୨ବ୍ୟାଙ୍କ କର୍ମଚାରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି । କିଏ ଏପରି କାର୍ଯ୍ୟ କରିଛି ତାହା ଅସ୍ପଷ୍ଟ ରହିଛି । ଲୁଟ ପରେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି ।