ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ହୋଇଛି। ପ୍ରସବକାଳୀନ ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଗତ ୨୫ ତାରିଖ ଶନିବାର ଦିନ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ସିଂହୀ ରେୱା ତିନି ଛୁଆ ଜନ୍ମ ଦେଇଥିଲା । ପ୍ରଥମ ଛୁଆଟି ସକାଳ ୯ ଟା ୩୩ ମିନିଟରେ ଜନ୍ମ ହୋଇଥିବା ବେଳେ ପ୍ରାଣ ହରାଇଥିଲା । ତେବେ ଦ୍ୱିତୀୟ ଶାବକଟି ୩ ଟା ୫୮ ମିନିଟରେ ଏବଂ ତୃତୀୟ ଶାବକଟି ୫ଟା ୫୬ ମିନିଟରେ ଜନ୍ମ ହୋଇଥିଲା । ଉଭୟ ଛୁଆଙ୍କୁ ରେୱା ଆପଣାଇଲା ନାହିଁ । ତେବେ ଦୁଇ ଶାବକଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ସେମାନଙ୍କୁ ବର୍ତ୍ତମାନ ତୀକ୍ଷ୍ଣ ନଜର ରଖାଯାଇଛି ।
୭ ବର୍ଷ ବୟସରେ ରେୱାଙ୍କୁ ୨୦ ଡିସେମ୍ବର ୨୦୨୦ରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ତେବେ ସିଂହୀ ରେୱାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୩ ରହିଛି ।