ତେଲକୋଇ: କେନ୍ଦୁଝର ତେଲକୋଇ ଆଦର୍ଶ ସ୍କୁଲ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ। ଖାଦ୍ୟ ଖାଇ ସାରି ସ୍କୁଲ ଆସିଥିଲେ, ବାନ୍ତି ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ ଆଜି ଖାଇ ସାରିବା ପରେ ଜଣକ ପରେ ଜଣେ ଛାତ୍ରୀ ବାନ୍ତି କରିଥିଲେ ଏହାପରେ ହଷ୍ଟେଲ କତ୍ତୃପକ୍ଷ ଚିକିତ୍ସା ପାଇଁ ଛାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଛାତ୍ରୀ ମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଛାତ୍ରୀ ମାନଙ୍କ କହିବା କଥା ହେଉଛି ସେମାନେ ସକାଳୁ ପଖାଳ ଆଉ ତରକାରୀ ଖାଇଥିଲେ। ତେବେ ସେହି ଖାଦ୍ୟରେ କଣ ପଡିଥିବା ଡାକ୍ତର ଅନୁମାନ କରୁଛନ୍ତି।