ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସଂକଳ୍ପ ନେଇଥିବା ମୋହନ ସରକାରଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବା ଅନୁମାନ କରାଯାଉଛି । ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ଦେଶ ବିଦେଶର ବଡ଼ ବଡ଼ ପୁଞ୍ଜିପତିଙ୍କ ଆଗମନ ହୋଇଛି । ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ୨୦୨୫ରେ ରେକର୍ଡ ସଂଖ୍ୟାରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ଦୁଇ ଦିନରେ ମୋଟ ୧୪୫ଟି ଶିଳ୍ପ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଏହା ଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏମଓୟୁ ବ୍ୟତୀତ ୪୪୮ ଟି ନିବେଶ ଉଦ୍ଦେଶ୍ୟ ଫର୍ମ ଗ୍ରହଣ କରାଯାଇଛି, ଯେଉଁଥିରେ ନିବେଶକମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି । ଯାହାର ବିନିଯୋଗ ମୂଲ୍ୟ ୩ କୋଟି ୮୪ ଲକ୍ଷ ରହିଛି । ଏହି ନିଯୁକ୍ତି ସମ୍ଭାବନା ୩ ଲକ୍ଷ ୯୨ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ଏକ ବିପୁଳ ସଫଳତା ପାଇଛି କାରଣ ୨୦ ଟି କ୍ଷେତ୍ରରେ ୫୯୩ ଟି ପ୍ରକଳ୍ପ ପାଇଁ ମୋଟ ୧୬ କୋଟି ୭୩ ଲକ୍ଷ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି । ଯାହାକି ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।
ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦଯାପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ୨୦୨୫ ଶେଷ କରିବାକୁ ଯାଉଥିବା ବେଳେ ମୁଁ ଏଠାରେ ଅତ୍ୟନ୍ତ ଖୁସି, ଗର୍ବ ଏବଂ କୃତଜ୍ଞତା ସହିତ ଠିଆ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନର ସେହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମଠାରୁ ଆଜି ପର୍ୟ୍ୟନ୍ତ ମୋତେ ବ୍ୟବସାୟ ଜଗତର ଉଜ୍ଜ୍ୱଳ ବ୍ୟକ୍ତିତ୍ୱମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି ଏବଂ ମୁଁ ଆଜି ଶାନ୍ତିରେ ଶୋଇପାରୁଛି ଯେ, ଏହି ଦୁଇ ଦିନରେ ଆମେ ଯେଉଁ ସମୟ ବିନିଯୋଗ କରିଛୁ ତାହା ସମୟର ସଦୁପଯୋଗ।” ସେ ଆହୁରି କହିଛନ୍ତି, “ଏହି ପ୍ଲାଟଫର୍ମ ମାଧ୍ୟମରେ ମୁଁ ରାଜ୍ୟରେ ବ୍ୟବସାୟ କରିବାକୁ ଉତ୍ସାହ, ଆଗ୍ରହ ବିଷୟରେ ଜାଣିବାକୁ ପାଇଲି ଏବଂ ସେହି ସମୟରେ ଆପଣମାନଙ୍କ ମଧ୍ୟରୁ କେତେକ ଉଠାଇଥିବା ଚିନ୍ତା ବିଷୟରେ ମଧ୍ୟ ଜାଣିବାକୁ ପାଇଲି । ନିଶ୍ଚିତ ଭାବରେ, ସରକାର ପ୍ରତ୍ୟେକ ପରାମର୍ଶ ଉପରେ ବିଚାର କରିବେ ଏବଂ ଓଡ଼ିଶାରେ ‘ବ୍ୟବସାୟ କରିବାର ସହଜତା’ ହାସଲ କରିବା ଲକ୍ଷ୍ୟରେ ବ୍ୟବସାୟିକ ଇକୋ-ସିଷ୍ଟମକୁ ଆହୁରି ଉନ୍ନତ କରିବା ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ନେବେ।” ଭିତ୍ତିଭୂମି ଏବଂ ନୀତି ବ୍ୟତୀତ, ଆମେ ସବୁଜ ଶକ୍ତି, ବୃତ୍ତାକାର ଅର୍ଥନୀତି ଅଭ୍ୟାସ ଏବଂ ନବୀକରଣୀୟ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରି ସ୍ଥାୟୀତ୍ୱ ଉପରେ ଧ୍ୟାନ ଦେଉଛୁ ।
ଆଦାନୀ ଗ୍ରୁପ ୨,୨୮,୦୦୦କୋଟି ଟଙ୍କା ନିବେଶ କରିବ, ଯାହାଦ୍ୱାରା ୧ ଲକ୍ଷ ୫୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି ବେଦାନ୍ତ ଲିମିଟେଡ ୧,୦୦,୦୦୦କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୧ଲକ୍ଷ ଜଣଙ୍କୁ ନିଯୁକ୍ତି ଦେବ । ଯେଉଁଥିରେ ଓଡ଼ିଶାର ଯୁବକଙ୍କୁ ସୁଯୋଗ ମିଳିବ । ଟାଟା ଗ୍ରୁପ୍ ୮୭୯୪୪କୋଟି ନିବେଶ କରିବାକୁ ଥିବାବେଳେ ୨୨ହଜାରଲୋକଙ୍କୁ ନିଯୁକ୍ତି ସମ୍ଭାବନା ରହିଛି । ମହାନଦୀ କୋଲଫିଲଡସ ୮୧, ୯୪୪କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବାକୁ ଥିବାବେଳେ ୧ଲକ୍ଷ ୭ହଜାର ନିଯୁକ୍ତି ରହିବ । ଜେଏସଡବ୍ଲ୍ୟୁ ଗ୍ରୁପ ୭୫ହଜାର କୋଟି ଟଙ୍କା ୧୫,୬୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ । ଏନଏଲସି ୫୨ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ୩୨ ହଜାର ୬୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ସେଲ୍ ୫୦୮୦୦କୋଟି ଟଙ୍କା ନିବେଶ କରିବା, ଯେଉଁଥିରେ ୧୧୫୦୦ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ । ଏନଟିପିସି ଲିମିଟେଡ ୩୬,୧୩୧କୋଟି ନିବେଶ କରିବାକୁ ଥିବାବେଳେ ୫୮୬୬ଜଣଙ୍କୁ ନିଯୁକ୍ତି ଦେବାର ଆଶା କରାଯାଇଛି । ନାଲକୋ ୩୫୦୦୦କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୫୨୦୦ଜଣଙ୍କୁ ନିଯୁକ୍ତି ମିଳିବ । ଜେଏସପିଏଲ ୨୫, ୫୭୦କୋଟି ଟଙ୍କା – ନିବେଶ କରି ୨୨, ୭୬୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଦିତ୍ୟ ବିର୍ଲା ଗ୍ରୁପ ୧୯,୦୧୭କୋଟି ଟଙ୍କା ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିବାବେଳେ ୩୯୯୫ଜଣଙ୍କ ପାଇଁ ଚାକିରି ସମ୍ଭାବନା ସୃଷ୍ଟି କରିବ । ଜେଏସଏଲ୍ ୧୫ହଜାର କୋଟି ଟଙ୍କା ନିବେଶ କରିବ, ୪ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ । ଓଏନଜିସି ତ୍ରିପୁରା ୧୪, ୫୦୦କୋଟି ଟଙ୍କା ବିନିଯୋଗ କରିବ, ୨୪୬୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପାରାଦୀପ ପୋର୍ଟ ଅଥରିଟି ୧୩,୬୪୫କୋଟି ନିବେଶ କରିବେ, ୧୬୧୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ଏନଏଚପିସି ଲିମିଟେଡ ୧୩, ୪୮୭କୋଟି ଟଙ୍କା ବିନିଯୋଗରେ ୩ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।