ଭୁବନେଶ୍ୱର: ଫେବ୍ରୁଆରୀରେ ମିଳିବ ରାଜ୍ୟ ଭାରତୀୟ ଜନତା ପାର୍ଟିକୁ ନୂତନ ମଙ୍ଗୁଆଳ । ଏହା ସହିତ ବାକିଥିବା ଜିଲ୍ଲାରେ ମଧ୍ୟ ସଭାପତି ଘୋଷଣା କରାଯିବ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ।
ପୂର୍ବରୁ ଜାନୁୟାରୀ ଶେଷ ସୁଦ୍ଧା ବିଜେପି ରାଜ୍ୟ ସଭାପତି ଚୟନ କରାଯିବ ବୋଲି ଚର୍ଚ୍ଚା ହେଉଥିବା । ମାତ୍ର ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ସାଂସଦ ସୁକାନ୍ତ ପାଣିଗ୍ରାହୀ । ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ସଭାପତି ଚୟନ କରାଯିବ । ଏହା ସହ ବାକି ଥିବା ୧୪ଟି ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା କରାଯିବ । ଅନ୍ୟପକ୍ଷରେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ପ୍ରତିକିୟା ଦେଇଛନ୍ତି । ସଙ୍ଗଠନ ମହାପର୍ବ ଚାଲିଛି, ଶୀଘ୍ର ସବୁ ନିର୍ବାଚନ ସରିବ । ନିର୍ବାଚନ ଚାଲିଛି, କୌଣସି ବିଳମ୍ବ ହୋଇନି ବୋଲି କହିଛନ୍ତି ଲତା ଉସେଣ୍ଡି ।