ଭୁୁବନେଶ୍ୱର: ରାସନକାର୍ଡ ଇ-କେୱାଇସି ଅପଡେଟ୍ କରି ନ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସ ଅପଡେଟ୍ ଅବଧି । ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ।
ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଏବେ ଫେବୃଆରୀ ୧୫କୁ ଏହାର ଅବଧି ବୃଦ୍ଧି କରାଯାଇଛି । କିଛି ଲୋକ ଇ-କେୱାଇସି କରି ନ ଥିବାରୁ ଅବଧି ବଢାଇବା ପାଇଁ ଦାବି ଉଠିଥିଲା । ଏହାକୁ ବିଚାର କରି ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଇ-କେୱାଇସି ଅପଡେଟ୍ କରି ନ ଥିବା ଲୋକଙ୍କୁ ବହୁତ ବଡ ଆଶ୍ୱସ୍ତି ମିଳିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ରାସନକାର୍ଡ ଜାଲିଆତି ଧରିବା ଏବଂ ଯୋଗ୍ୟ ଲୋକଙ୍କୁ ରାସନକାର୍ଡ ପ୍ରଦାନ କରିବା ନିମନ୍ତେ ଇ-କେୱାଇସି ଅପଡେଟ୍ କରାଯାଉଛି । କାରଣ ରାଜ୍ୟରେ ଲକ୍ଷାଧିକ ଭୂତ ରାସନକାର୍ଡଧାରୀ ଥିବା ତଦନ୍ତରୁ ଜଣା ପଡିଥିଲା । ଏପରିକି ଏବେ ମଧ୍ୟ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ରଖିଥିବା ସରକାର କହିଛନ୍ତି । ତେଣୁ ସେ ସବୁର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।