ଭଦ୍ରକ ଜିଲ୍ଲାର ଧାମରା ବିମାନ ବନ୍ଦରରେ ପ୍ରଥମ କରି ଅବତରଣ କରିଛି ଟୁ-ବି ୭ ସିଟେଡ଼ ବିମାନ । ଆଜି ପୂର୍ବାହ୍ନ ୧୦.୨୦ମିନିଟ ରେ ୧୨୦୦ମିଟର ବିମାନ ଟ୍ରାକ ରେ ଗଡ଼ିଛି ବିମାନ । ଅହମଦାବାଦରୁ ଆସିଥିବା ୭ ସିଟ୍ ବିଶିଷ୍ଟ ଟୁ-ବି ବିମାନ ବାସୁଦେବପୁର ବ୍ଲକ୍ ବାଲିମୁଣ୍ଡାଠାରେ ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲା ।
ତେବେ ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍ର ବାଲିମୁଣ୍ଡାଠାରେ ନିର୍ମାଣ କରାଯାଇଥିବ ବିମାନବନ୍ଦରରେ ଏହାର ଅବତରଣ କରାଯାଇଛି । ବିମାନ ବନ୍ଦରର କତୃପକ୍ଷ ପରୀକ୍ଷାମୂଳକ ଭାବେ ଏହାର ଅବତରଣ କରାଯାଇଥିଲେ ।
ପ୍ରଥମେ ଆଦାନୀ କମ୍ପାନିର ଉପସଭାପତି ମହେନ୍ଦ୍ର ମେକୱାନ୍ ବିମାନବନ୍ଦରରେ ପାଦ ରଖିଥିଲେ। ସେଠାରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରୀ ମେକୱାନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ବିମାନରେ ଶ୍ରୀ ମେକୱାନଙ୍କ ସହିତ ୨ ପାଇଲଟ୍ ଓ ଜଣେ ପରିଚାରିକା ରହିଥିଲେ। ଆଜି ପ୍ରଥମ ବିମାନ ଅବତରଣ ପରେ କମ୍ପାନି କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ବିମାନଟି ପୁଣି ଗନ୍ତବ୍ୟ ପଥରେ ଉଡ଼ାଣ ଭରିଥିଲା।
ଅଧିକ ପଢନ୍ତୁ: ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ୱରେ ସାକାର ହେବ ବିକଶିତ ଓଡ଼ିଶାର ସ୍ୱପ୍ନ: ମୁଖ୍ୟମନ୍ତ୍ରୀ
ଆଜି ପ୍ରଥମ ବିମାନ ଅବତରଣ ପରେ କମ୍ପାନୀ କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା । ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି । ଆଲୋଚନା ପରେ ବିମାନଟି ପୁଣି ଗନ୍ତବ୍ୟ ପଥରେ ଉଡ଼ାଣ ଭରିଥିଲା ।