ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ସହ କାଳବୈଶାଖୀ ତାଣ୍ଡବ ରଚୁଛି । ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଅସହ୍ୟ ହୋଇପଡିଥିବାବେଳେ ଅପରାହ୍ନରେ କାଳବୈଶାଖୀର କଳା ବାଦଲ ସାରା ରାଜ୍ୟକୁ ଢାଙ୍କି ଦେଉଛି । ଗତକାଲି ଟ୍ୱିନ ସିଟିରେ କଳା ବାଦଲ ଆଚ୍ଛାଦିତ ହୋଇଥିବାବେଳେ ବିଜୁଳି ଘଡଘଡି ସହ ପବନ ହୋଇଥିଲା । ଯାହା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେବ । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିପାଇଁ ସତର୍କ ରହିବାକୁ ମଧ୍ୟ ସୂଚନା ଦିଆଯାଇଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଫଳରେ ଲୋକଙ୍କ ମୃତ୍ୟୁ ହେବା ସହିତ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଗୋଟେ ପଟେ ତାପମାତ୍ରା ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଯାହାଫଳରେ ରାଜ୍ୟବାସୀମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।