କେନ୍ଦୁଝର ; କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଡପଦନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଙ୍ଗର ଜୀବନ ବଂଚାଇବାକୁ ଯାଇ ଜଣେ ସାଙ୍ଗ ଜୀବନ ହାରି ଦେଇଛି ।
ସୂଚନା ଅନୁସାରେ , ଗତକାଲି ସଂଧ୍ୟାରେ ଶୁଭମ ସାହୁ , ମାନସ ସାହୁ ଓ କାଳନ୍ଦୀ ସାହୁ ତିନି ଜଣ ସାଙ୍ଗ ଗାଁ ପାଖରେ ଥିବା ଅନ୍ଧାରୀ ଛଳରେ ଥିବା ଏକ ଫାଷ୍ଟଫୁଡ ଦୋକାନକୁ ଖାଇବାକୁ ଆସିଥିଲେ । ସେମାନେ ଫାଷ୍ଟଫୁଡ୍ ସେଣ୍ଟର ଛାତ ଉପରେ ବସି ଖାଉଥିବା ବେଳେ ହଠାତ ମାନସ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହି ସମୟରେ ମାନସଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଶୁଭମ । ମାନସ ତ ବଞ୍ଚି ଯାଇଥିଲେ, କିନ୍ତୁ ଶୁଭମ ବିଦ୍ୟୁତ୍ ଆଘାତରେ ଅଚେତ ହୋଇ ଯାଇଥିଲେ । ତେବେ ସଙ୍ଗେସଙ୍ଗେ ଶୁଭମଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।