ନୂଆଦିଲ୍ଲୀ: ପହଲଗାମ ହମଲାକୁ ନେଇ ଭାରତୀୟ ସେନା ଦ୍ୱାରା ଚଲା ଯାଇଥିବା ଅପରେସନ ସିନ୍ଦୂର ଉପରେ ପାଟନାର ପ୍ରସିଦ୍ଧ ଶିକ୍ଷକ ଖାନ ସାରଙ୍କ ଏକ ବୟାନ ଭାଇରାଲ୍ ହେବାରେ ଲାଗିଛି । ସେ କହୁଛନ୍ତି, ଆମେ ଆଶା କରୁଛୁ ପାକିସ୍ତାନ ସୁଧୁରି ଯାଉ, ମାତ୍ର ଏହା ସମ୍ଭବ ନୁହେଁ । ୫୦୦-୧୦୦୦ ଆତଙ୍କବାଦୀଙ୍କୁ ମାରିଲେ କିଛି ହେବ ନାହିଁ । ସେ ପାକିସ୍ତାନର ପୂରା ଜନସଂଖ୍ୟାକୁ ଆତଙ୍କବାଦୀ କହିଛନ୍ତି । ପାକିସ୍ତାନରେ ୨୪ କୋଟି ଆତଙ୍କବାଦୀ ରହୁଛନ୍ତି ।
ସେ କହିଛନ୍ତି, ଏହା ଆମର ଭୁଲ ଧାରଣା ଯେ, ପାକିସ୍ତାନରୁ ଆତଙ୍କବାଦ ସମାପ୍ତ କରି ଦେବା । ଜଣେ ବି ପାକିସ୍ତାନୀ ଜୀବିତ ତ ସେ ମଧ୍ୟ ଆତଙ୍କବାଦୀ । ଏହି ଭ୍ରାନ୍ତ ଧାରଣାରୁ ନିଜକୁ ଦୂରେଇ ରଖନ୍ତୁ ଯେ, ପାକିସ୍ତାନରେ ଭଲ ମଣିଷ ବି ଅଛନ୍ତି ।
ପାକିସ୍ତାନରେ ହୋଇଥିବା ହମଲାକୁ ନେଇ ଖାନ ସାରଙ୍କୁ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି । ସେ କହିଛନ୍ତି, ସରକାରଙ୍କୁ ପାକିସ୍ତାନର ଆହୁତି କ୍ଷତି କରିବାର ଥିଲା । ଏହାର ଗୋଟିଏ ବି ଏୟାରପୋର୍ଟକୁ ଛାଡିବାର ନ ଥିଲା । ସେଥିରେ ସେଠାକାର ଜନତାଙ୍କୁ ହୃଦବୋଧ ହୋଇଥାନ୍ତା ଯେ, ପାକିସ୍ତାନ ଭୁଲ୍ କରିଛି । ତାଙ୍କର ଏହି ବୟାନର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।
ଏହା ପୂର୍ବରୁ ଖାନ ସାର ପାକିସ୍ତାନକୁ କୁୁକୁର ସହ ତୁଳନା କରିଥିଲେ । ସେ କହିଥିଲେ, ଭାରତର ଏହି ପଡୋଶୀ କୁକୁରଠୁ ମଧ୍ୟ ହୀନ । କୁକୁର ତ ସବୁଠୁ ବିଶ୍ୱସ୍ତ ପ୍ରାଣୀ, ମାତ୍ର ପାକିସ୍ତାନ କଦାପି ବିଶ୍ୱସ୍ତ ନୁହେଁ । ଏହା କୁକୁର ପ୍ରତି ଅପମାନ, କାରଣ ସେ ଦୁନିଆର ସବୁଠୁ ବିଶ୍ୱସ୍ତ ପ୍ରାଣୀ । ପାକିସ୍ତାନ ଏମିତି ଦେଶ ଯେଉଁଠି ମଲାଲାଙ୍କ ଉପରେ ଏଥିପାଇଁ ଆକ୍ରମଣ କରାଗଲା କାରଣ ସେ ଯୁବତୀ ଓ ମହିଳାଙ୍କୁ ପଢିବା ପାଇଁ ଉତ୍ସାହିତ କରିଥିଲେ ।