ଆସାମ;ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁଣି ଥରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଗୌରବ ଗୋଗୋଇ ଆଇଏସଆଇର ଡାକରାରେ ପାକିସ୍ତାନ ଯାଇଥିଲେ। ସେ ପାକିସ୍ତାନ ସଂଗଠନ ସହିତ ଘନିଷ୍ଠ ଭାବରେ କାମ କରିଥିଲେ। ଆମ ପାଖରେ ସମସ୍ତ ପ୍ରମାଣ ଅଛି। ଆମେ ସେପ୍ଟେମ୍ବର ୧୦ ସୁଦ୍ଧା ସମସ୍ତ ପ୍ରମାଣ ଉପସ୍ଥାପନ କରିବୁ।
ଏକ କାର୍ଯ୍ୟକ୍ରମରେ ସରମା କହିଥିଲେ ଯେ ଗୌରବ ଗୋଗୋଇ ଆଇଏସଆଇର ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ। ମୁଁ ଏହା ପ୍ରଥମ ଥର ପାଇଁ କହୁଛି। ଆମ ପାଖରେ ଏହାର ପ୍ରମାଣପତ୍ର ଅଛି। ସେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଇ ନଥିଲେ। ସେ ନିଶ୍ଚିତ ଭାବରେ ସେଠାକୁ ତାଲିମ ନେବାକୁ ଯାଇଥିଲେ। ଲୋକସଭାରେ କଂଗ୍ରେସର ଉପନେତା ପାକିସ୍ତାନ ସରକାରଙ୍କ ସିଧାସଳଖ ନିମନ୍ତ୍ରଣରେ ସେଠାକୁ ଯାଇଥିଲେ ଏବଂ ଏହା ଦେଶ ପାଇଁ ବିପଦ ବୋଲି କହିଛନ୍ତି ହିମନ୍ତ ।
ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଗୋଗେଇଙ୍କ ପତ୍ନୀ ପାକିସ୍ତାନୀ ସେନା ସହିତ ଭଲ ସମ୍ପର୍କ ଅଛି। ସେ ୧୯ ଥର ପାକିସ୍ତାନ ଗସ୍ତ କରିଥିଲେ ଖାଲି ଏତିକି ନୁହେଁ, ତାଙ୍କ ପତ୍ନୀ ଭାରତରେ ରହି ପାକିସ୍ତାନ ଏନଜିଓ ଠାରୁ ଦରମା ନେଉଛନ୍ତି।"