ଜୟପୁର: ଆଇପିଏଲର ୫୯ ତମ ମ୍ୟାଚରେ ରାଜସ୍ଥାନକୁ ୧୦ ରନରେ ପରାସ୍ତ କରି ପ୍ଲେଅଫ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ପଂଜାବ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଦଳ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୨୧୯ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଏହି ରନକୁ ପିଛା କରୁଥିବା ରାଜସ୍ଥାନ ୭ ୱିକେଟ ହରାଇ ମାତ୍ର ୨୦୯ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ରାଜସ୍ଥାନ ପ୍ଲେଅପ ଦୈଡରୁ ବାଦ ପଡିଛି । ସେହିପରି ଅନ୍ୟପକ୍ଷରେ ପଞ୍ଜାବ ତାର ୮ଟି ମ୍ୟାଚରେ ବିଜୟ ହାସଲ କରି ମୋଟ ୧୭ ପଏଣ୍ଟ ପାଇ ଟେବୁଲର ଦ୍ହିତୀୟ ସ୍ଥାନରେ ରହିଛି ।
ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ ନୱେହାଲ ୱାଧେରା ଏବଂ ଶଶାଙ୍କ ସିଂହ ଅର୍ଦ୍ଧଶତକ ହାସଲ କରିଥିଲେ ସେହିପରି ବୋଲିଂରେ ହରପ୍ରୀତ ବ୍ରାର ତିନୋଟି ୱିକେଟ ନେଇଥିଲେ ଯାହା ଫଳରେ ପଞ୍ଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ପରାସ୍ତ କରି ରବିବାର ଆଇପିଏଲ ପ୍ଲେଅଫରେ ସ୍ଥାନ ପାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ୱାଧେରାଙ୍କ ୩୭ ବଲରୁ ୭୦ ରନ, ଶଶାଙ୍କଙ୍କ ଅପରାଜିତ ୫୯ ରନ ଏବଂ ଅଧିନାୟକ ଶ୍ରେୟସ ଆୟରଙ୍କ ମୂଲ୍ୟବାନ ୩୦ ରନ ପାଇଁ ପିବିକେଏସ ଧାର୍ଯ୍ୟ ୨୦ ଓଭର ଭିତରେ ୨୧୯/୫ ସ୍କୋର କରିଥିଲା। ସେହିପରି ରାଜସ୍ଥାନ ଓପନର ଯଶସ୍ୱୀ ଜୟସୱାଲ (୫୦) ଏବଂ ବୈଭବ ସୂର୍ଯ୍ୟବଂଶୀ (୪୦) ରନ ଘରୋଇ ଦଳକୁ ଏକ ଜବରଦସ୍ତ ଆରମ୍ଭ ଦେଇଥିଲେ । କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ ଖସିବା ପରେ ରାଜସ୍ଥାନ ଶେଷରେ ୭ ୱିକେଟ୍ ହରାଇ ୨୦୯ ରନ କରିବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ଶେଷ ଆଡକୁ ଧ୍ରୁବ ଜୁରେଲ ସର୍ବାଧିକ ୫୩ ରନ ସଂଗ୍ରହକରୀ ଥିଲେ ମଧ୍ୟ ଦଳକୁ ଜିତାଇବାରେ ବିଫଳ ହୋଇଥିଲେ ।