ବଲାଙ୍ଗିର: ବଲାଙ୍ଗିର ଲରମ୍ଭା ଥାନା ଘସିଏନ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକଙ୍କ ପରିଚୟ ମିଳିଛି ।
ସୂଚନା ଅନୁସାରେ, ଘସିଏନ ଗାଁରେ ସିଆରପିଏଫ ଯବାନ ଗଣେଶ ଭୁଏଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକେ, ଲରମ୍ଭା ଥାନା ପୋଲିସକୁ ଖବର ଦେଇଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଘରକୁ ଛୁଟିରେ ଆସିଥିବା ବେଳେ ଏପରି ଏକ ଅଘଟଣ ଘଟିଛି । ଏହି ଘଟଣା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି କରିଛି ।