କଟକ କାଠଯୋଡିରେ ପୁଣି ଅଘଟଣ । ନଦୀରେ ବୁଡି ଦୁଇ ଜଣ ନିଖୋଜ ହୋଇଛନ୍ତି । କଟକର ସିଡିଏ- ୧୦ ନିକଟରେ ଘଟିଛି ଏହି ଘଟଣା । ଏହି ଦୁଇ ଜଣ ଯୁବକ ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ ।
ନିଖୋଜ ଯୁବକ ଦୁଇଜଣ ହେଲେ ଋତିକେଶ ମାତାଲ୍ ଏବଂ ଋତିକ ଭଂଜେ। ଦୁଇ ଜଣଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା ମିଳିଛି । ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଯୁବକ । ତେବେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟଯାରି ରହିଛି ।