କେନ୍ଦୁଝର: ସ୍ତ୍ରୀର ଓଢ଼ଣୀ କୁ ବେକରେ ଲଗାଇ ସ୍ୱାମୀ ମୃତ । ଆଜି ଦିନ ପ୍ରାୟ ୧୦ ଟା ସମୟ ରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରର ଧୋବାଡିହା ସାହିରେ।
ସୂଚନା ଅନୁସାରେ, କେନ୍ଦୁଝର ରାଜନଗର ଅଞ୍ଚଳର ସୌମ୍ୟ ରଞ୍ଜନ ବେହେରା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଭାବରେ କାମ କରନ୍ତି, ଏବଂ ସେ ନିଜର ପରିବାର ନେଇ ସେହି ଗ୍ରାମରେ ଭଡା ରହୁଥିଲେ । ଆଜି ସକାଳେ ସୌମ୍ୟ ଡ୍ୟୁଟିରୁ ଫେରିବା ପରେ ନିଜ ରୁମକୁ ଯାଇ କିଛି ସମୟ ପରେ ନିଜ ପୁଅକୁ ବାଏ କହିଥିଲେ I ଏହା ଶୁଣି ତାଙ୍କ ସ୍ତ୍ରୀ କାହିକି ସୌମ୍ୟ ବାଏ କହିଲେ ଭାବି ରୁମ ଭିତରକୁ ଯାଇ ଦେଖିଥିଲେ I ସେତେବେଳକୁ ସୌମ୍ୟ ଏକ ଓଢଣୀକୁ ବେକରେ ଲଗାଇ ଝୁଲି ସାରିଥିଲେ । ଏହି ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ୍ୟୁ ର କାରଣ ଖୋଜୁଛି ।