ଢେଙ୍କାନାଳ ; ଟିପ୍ପର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ । ଢେଙ୍କାନାଳ ବଡ଼ନଗେନା ବାଲିଘାଟରୁ ଜଣେ ଡ୍ରାଇଭରଙ୍କ ମୃତଦେହ ମିଳିଛି । ମୃତକ ସଦର ଥାନା ଖମାର ଗ୍ରାମର ରୁଦ୍ର ନାରାୟଣ ନାୟକ ବୋଲି ଜଣାପଡିଛି ।
ସୁଚନା ଅନୁସାରେ ଗତ କାଲି ରାତି ୧୧ଟା ସମୟରେ ରୁଦ୍ର ବାଲି ଘାଟକୁ ଟିପ୍ପର ନେଇ ଯାଇଥିଲେ।ଦୁଇ ଟ୍ରିପ ବାଲି ପକାଇବା ପରେ ଭୋର୍ ସମୟରେ ପୁଣି ଘାଟିକୁ ଆସିଥିଲେ।ପରେ ସେଠାରେ କେହି ତାଙ୍କୁ ମାରି ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ମୃତକ ଡ୍ରାଇଭର ସଦର ଥାନା ଅନ୍ତର୍ଗତ ଖମାର ଗ୍ରାମର ୩୨ବର୍ଷୀୟ ରୁଦ୍ର ନାରାୟଣ ନାୟକ ବୋଲି ଜଣାପଡିଛି। ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ସେ ଚଳାଉଥିବା ଟିପ୍ପର ନିକଟରୁ କିଛି ଦୂରରେ ତାଙ୍କ ମୃତଦେହ ପଡି ରହିଛି।ଏନେଇ ସଦର ଥାନାରେ ମୃତକ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ସଦରଥାନା ପୁଲିସ ବାଲି ଘାଟରେ ପହଁଚି ତଦନ୍ତ ଜାରି ରଖିବା ସହ ହତ୍ୟା ସନ୍ଦେହରେ ସୁକିନ୍ଦା ଅଂଚଳର ଚିନ୍ମୟ ବେହେରା ଓ ବଡ଼ ନଗେନା ଗ୍ରାମର ପ୍ରମୋଦ ବେହେରା ନାମକ ଦୁଇଜଣ ଜେସିବି ଅପରେଟର ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ।